ପୃଥିବୀ ପୃଷ୍ଠକୁ ଋତୁଚକ୍ର କ୍ରମେ
ଛଅ ଋତୁ ଆସିଥାଏ,
ଗ୍ରୀଷ୍ମ ପରେ ବର୍ଷା ଶରତ ହେମନ୍ତ
ଶୀତ ବସନ୍ତଟି ଯାଏ ।
ଗ୍ରୀଷ୍ମର ପ୍ରକୋପ କରେ ଅସ୍ତବ୍ୟସ୍ତ
ବରଷାକୁ ଖୋଜୁ ଥାଏ,
ଆକାଶ ବରଷା ଝରି ପ୍ରଶମିତ
ଦେହ ମନୁ ଚାଲିଯାଏ ।
ଶରତ ହେମନ୍ତ ଘାସରେ କାକର
ମୁକ୍ତା ପରି ଦେଖା ଦିଏ,
ପ୍ରକୃତି ରାଣୀର ସବୁଜିମା ରୂପ
ଆସ୍ତେ ଆସ୍ତେ ଭରିଯାଏ ।
ଶୀତର ବେଦନା ଜଣାଇ ଆସେନା
ଦେହକୁ ଥରାଇ ଦିଏ
ହେଲେ ଫଳ ପୁଷ୍ପ ଭରିଯାଇ ଧରା
ଆନନ୍ଦ ପରଷି ଦିଏ ।
ବସନ୍ତ ଆସିଲେ ମଳୟ ବହିଲେ
କାନେ କାନେ କହି ଦିଏ,
ସଭିଙ୍କର ମନ ହୁଏ ପରିପୂର୍ଣ
ପୃଥିବୀ ପାଇଁକି ହୁଏ ।
– ସନ୍ଧ୍ୟାରାଣୀ ଦାଶ
Comments
ସନ୍ଧ୍ୟାରାଣୀ ଦାଶ ଓଡ଼ିଶା ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ମୁଖ୍ୟତଃ ଆମ ସମାଜ, ପରିବେଶ ଆଉ ଭକ୍ତିଅର୍ଘ୍ୟ ଉପରେ ତାଙ୍କର ଲେଖନୀ ଚାଳନା କରନ୍ତି ।