ପ୍ରେମିକା

premika

ଟ୍ରେନ ତା ଗତି ବଢ଼ାଇବାକୁ ଉଦ୍ୟତ ହେବାବେଳେ ଧଇଁସଇଁ ହୋଇ ରୁଦ୍ର ଟ୍ରେନ ଭିତରକୁ ପ୍ରେବେଶ କରିଥିଲା । ହୁତ ଦିନ ପରେ ଘରକୁ ଯିବା ପାଇଁ ଛୁଟି ମିଳିଛି । ବିଗତ ଛଅ ବର୍ଷ ହେବ ଭାରତୀୟ ସେନା ବାହିନୀର ଜଣେ ସୈନିକ ଭାବେ ମାତୃଭୂମି ପାଇଁ ସେବା କରିଆସୁଛି ରୁଦ୍ର । ଟ୍ରେନ ଭିତରେ ବସିବା ପାଇଁ ଜାଗାଟିଏ ଖୋଜୁଖୋଜୁ ଏକ ଚିହ୍ନା ମୁହଁକୁ ଆବିଷ୍କାର କରିଥିଲା ସେ । ସେଇ ଆଖି, ସେଇ ନିଆ କେଶ । ହଁଇଏ ସେଇ ଝିଅ, ଯାହାକୁ ରୁଦ୍ର ନିଜଠୁ ଅଧିକ ଭଲ ପାଉଥିଲା, ମାତ୍ର ମୁହଁ ଖୋଲି ହିପାରିନଥିଲା । ପୂର୍ବ କଥା ମନେ ପକଉ କଉ ସେ ଅଜାଣତରେ ମୀନାବୋଲି ଡାକିସାରିଥିଲା । ଅଜଣା ଭିଡ଼ରୁ ନିଜ ନାଁ ଶୁଣି ମୀନା ସାମାନ୍ୟ ବ୍ୟସ୍ତ ହୋଇ ଯେବେ ସାମ୍ନାକୁ ଦେଖିଲା, ପୁରୁଣା ସ୍ମୃତିସବୁ ଆଖିରେ ନାଚି ଉଠିଲା ।

ରୁଦ୍ରର ମନ କଥା ଜାଣି ମଧ୍ୟ ପାରିବାରିକ ସମସ୍ୟା ଯୋଗୁଁ ସେ ଜାଣିବାର ଅଭିନୟ କରିଥିଲା । ଦୁହେଁ ଏବେ ପରସ୍ପର ସାମ୍ନାରେ ଥିଲେ । ଦୁହିଁଙ୍କ ଆଖିରେ ଥିଲା କାହିଁ କେତେ ଯେ ପ୍ରଶ୍ନ । ବୋଧହୁଏ ନିଜ ନିଜର ପ୍ରଶ୍ନକୁ ବିନା ଭାଷାରେ ବୁଝିସାରିଥିଲେ । ରୁଦ୍ର କିନ୍ତୁ ଆଉ ଚୁପ୍ ରହିପାରିଲାନି । ନିଜ ମନ କଥା ମୀନାକୁ ହିଦେବ ବୋଲି ମନସ୍ଥ କଲା । ଠିକ୍ ସେତିକିବେଳେ ଟଏଲେଟ୍ ରୁମ୍ରୁ ୫ବର୍ଷର ପୁଅ ଶୁଭମ ଆସି ମାମାହି ମୀନା କୋଳକୁ ଆଉଜି ଆସିଥିଲା । ରୁଦ୍ର ସବୁ ବୁଝିପାରିଥିଲା । ସେତେବେଳେ ମୀନା ନିଜର ଦୁଃଖଦ କାହାଣୀ ଶୁଣେଇଥିଲା ଯେ ରୁଦ୍ର ହର ଛାଡ଼ି ଯିବା ପରେ ପ୍ରତିକୂଳ ପରିସ୍ଥିତିରେ ତା ବିବାହ ସ୍ୱାମୀଙ୍କ ଅକାଳ ବିୟୋଗ ।… ଥାପି ରୁଦ୍ର ମନରେ ମୀନା ପାଇଁ ଭଲପାଇବା କମିଯାଇନଥିଲା । ସେ ମୀନାର ପୁଅ ଶୁଭମକୁ ନିଜ କୋଳକୁ ନେଇଆସିଲା । ମୀନା ମଧ୍ୟ ମୌନରେ ତା ହଁ ଭରିସାରିଥିଲା ।….

ଟ୍ରେନ ଚାଲୁଥାଏ । ବୋଧେ ଦୁଇଜଣ ପଥିକଙ୍କ ରାସ୍ତା ସମାନ ହୋଇଯାଇଥିଲା ।

ସସ୍ମିତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...