ପଚାରିଦେଲା ସେ ଫିସ୍ ଫିସ୍ କରି,
“ପ୍ରେମର ମାନେଟି କ’ଣ??”
କହିଦେଲି ମୁଁ ଯେ ଫୁସ୍ ଫୁସ୍ କରି,
“ଆପେ ଆପେ ତୁମେ ଜାଣ…”
ତା’ ପରେ ଚାଲିଲା ତମତମ ହୋଇ,
ଡାକିଲି ପକେଇ ରାଣ ।
ପଛକୁ ବୁଲି ମୁହଁକୁ ମୋଡ଼ିଲା; କହିଲି,
“ତୁମେ ତ ମୋର ଜୀବନ…
ତୁମେ ମୋର ମନ ତୁମେ ତ ମୋ ପ୍ରାଣ
ତୁମେ ମୋର ଗଣ୍ଠିଧନ
ତୁମକୁ କହୁଛି ବୁଝେଇ ଶୁଣ ଗୋ
ତୁମେ ମୋର ପ୍ରୀତି ପ୍ରେମ ।”
ମନକୁ ପାଇଲା କଥାଟି ମୋହର
ପାଖକୁ ଆସି କହିଲା,
“ପ୍ରେମମାନେ ମୁଁ… ଏୟା କହିବାକୁ…
ଏତେ ସମୟ ଲାଗିଲା??”
ଫିକ୍ କରି ହସି ଦାନ୍ତ ଦେଖେଇଲି
ମୁଣ୍ଡ ମୋ ସେ ଆଉଁସି ଦେଲା
ଫଟ୍ କରି କଥା ସମ୍ଭାଳି ନେବାରୁ
ଆଜି ମଣିଷ ସତେ ବଞ୍ଚିଲା !!
– ମଧୁମିତା ମିଶ୍ର
Comments
ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

