ଜୀବନ ସଙ୍ଗୀତେ ଏକ ଅଭୁଲା ସ୍ୱର
କହିକି ପାରିବ ନାମଟି ତା’ର
ସୁନ୍ଦର ରୂପଟି ସତେ ଅନୁପମ
ଅଢ଼େଇ ଅକ୍ଷର ନାମଟି ଯେ ପ୍ରେମ…
ସବୁତ ସରିବ ମଣିଷ ମରିବ
ପ୍ରେମ ନ ସରିବ କେବେ ନ ହାରିବ…
ପ୍ରେମ କରେ ଯିଏ ସେ ହୁଏ ପ୍ରେମିକ
ହସି ଉଠେ ମୁଖ ଆହାକି ଚମକ…
ପ୍ରେମ ଯେ ଅମର ସ୍ୱର୍ଗୀୟ ସୁନ୍ଦର
ପ୍ରେମମୟ ହେଲେ ଜଗତ ସୁନ୍ଦର…
ଜୀଇଁବା ମରିବା ଅଟେ ଧ୍ରୁବ ସତ
ପ୍ରେମର ଅର୍ଥ ଅଟଇ ମହତ…
ପ୍ରେମ ମୁଁ କରିଛି ଲୁହରେ ଭିଜିଛି
ଦୁଃଖ ସାଗରରେ କେତେ ମୁଁ ବୁଡ଼ିଛି…
ଦୁଃଖ ସାଥେ ସୁଖ ରହିଛି ଅନାଇ
ଅନ୍ଧାର ସରିଲେ ଆଲୋକ ଆସଇ…
ପ୍ରେମ ପରା ସାଥୀ ମୁଠାଏ ସପନ
ଉଙ୍କିମାରେ ମନେ ଆସିଲେ ଯୌବନ…
ଜୀବନ ସଂଗ୍ରାମେ ପ୍ରେମର ଭୂମିକା
ସାଗର ବକ୍ଷରେ ଯେମିତି ଶାମୁକା…
– ମାନସୀ ମହାନ୍ତି