ପାଲଟା ପବନ

palata-pabana

ବହିଗଲେ ଥରେ କମ୍ପିଯାଏ ଦେହ
ସମୟରେ ଜାଳିଦିଏ,
ନାକ ଦୁଇ ପୁଣି ଯାଏ ବୁଜି ପରେ
ବାସନା ବି ଢାଳିଦିଏ ।

ଗର୍ଜନ ଶୁଭଇ କୋଳାହଳ ମୟ
ବାରୁଦର ଗନ୍ଧ ପାଶେ,
ପତର ଝଡ଼ଇ ନୀଳ ରଙ୍ଗୀ ଛାତୁ
କୁହୁତାନ ଖେଦ ନାଶେ ।

ଘଣ୍ଟ ବାଜେ ନିତି ସଙ୍ଗେ ରୀତିନୀତି
ଚନ୍ଦନ ଲାଗଇ ଶିରେ,
କରି ଅବରୋଧ ତୋଳି ମହାସୌଧ
ଦୀନ ଭାସୁଥାଏ ନୀରେ ।

ବତୀ ହେଲେ ନୀଳ ବଢ଼ିଚାଲେ ଖେଳ
ବତୀ ନାଲି କାଢ଼ିନିଏ ,
ବିଦେଶ ମାଟିରେ ବିଛାଡ଼ି ରହିଲେ
ଗୋଟାପଣେ ଯୋଡ଼ିଦିଏ ।

ଚିହ୍ନା ପରିଚୟ ଅମୃତର ତୋୟ
ସକଳ ସୁଖ ପ୍ରଦାନେ,
କେତେ ଯେ ଶୈଶବ ବନ୍ଧା ପଡ଼ିଛନ୍ତି
ଭୋଜନେ ପୁଣି ଖାଦାନେ ।

ସ୍ୱେଦର ସୁଆଦ ଲହୁ ସାଥେ ମିଶି
କରିଛି ସୁନାର ଖଣି,
ପାରିଲେ ଏଠେଇ ଜଗତ ଚନ୍ଦେଇ
ଭରିହୁଏ ନିଜ ମୁଣି ।

ହାତ ହେଉ ଅବା ପଣତର ପାଦ
ବାଟ ଭୁଲୁ ବୃଦ୍ଧାଶ୍ରମ,
ଅନାଥ ନହେଉ ଜଗନ୍ନାଥ ଶିଷେ
ଘାତ କର ଉପଶମ ।

ସୌମ୍ୟରଞ୍ଜନ ପାଲ୍

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...