ମୁଁ ଗଲାପରେ

Odia Poem Mun Gala Pare (ମୁଁ ଗଲାପରେ) by Sasmita Nayak

ମୁଁ ଜାଣେନା ମୁଁ ଗଲାପରେ
କିଏ କେମିତି ଝୁରିବ
କିଏ ଲୁହ ଢାଳିବ କି ନାହିଁ
ମା’ଟି ମୋର ପଣତ ତଳେ
ମୁହଁକୁ ଲୁଚେଇ
କଇଁ କଇଁ କାନ୍ଦିବ ॥

ମୁଁ ଜାଣେନା ମୁଁ ଗଲାପରେ
ମୋ ସାହସ ପଣକୁ କିଏ ଗୁଣିବ
ବାପାଟି ମୋର
ଗୁଣ ଗୁଣ ଗାନ କରି
କନ୍ଥରେ ମୁଣ୍ଡ ପିଟିବ ॥

ମୁଁ ଜାଣେନା ମୁଁ ଗଲା ପରେ
ପୁଅଟି ମୋର କାହା ପାଖେ
ଅଳି କରିବ ନୀତି
ଝିଅଟି ମୋର ଅତି ନିରୀହ
ଝୁରିବ ଦିନ ରାତି ॥

ମୁଁ ଜାଣେନା ମୁଁ ଗଲା ପରେ
ପରିବାର ଶୂନ୍ୟ ଲାଗିବକି ନାହିଁ
ସ୍ଵାମୀଟି ମୋର ବିରହରେ
ଜଳିବ ସବୁ କ୍ଷଣ ସବୁ ରାତି ॥

ମୁଁ ଜାଣେନା ମୁଁ ଗଲାପରେ
ମୋ ପ୍ରିୟ ବନ୍ଧୁମାନେ
ମୋତେ ମନେ ରଖିବେକି ନାହିଁ
ଶତ୍ରୁମାନେ ନିଶ୍ଚୟ ଖୁସି ହେବେ
ଆଉ ନାହିଁ ବୋଲି କହି ॥

ମୁଁ ଜାଣି ନି ମୁଁ ଗଲା ପରେ
ମୁଁ ପାପ କରିଛି ନା ପୁଣ୍ୟ କରିଛି
ଗାଁ ଗଣ୍ଡା ମୁଖେ ଭଲ ମନ୍ଦର
କର୍ମ ଫଳ ନେଇ ମୁଁ ଯାଉଛି ॥

– ସସ୍ମିତା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply