ଚିତ୍ର ପ୍ରତିମା ପ୍ରାୟ ଦିଶେ ସିନା ତୋ’ର ଶରୀର,
ଚିରି ଭିତରେ ଦେଖେ ଥରେ ମହାକାଳ ଫଳ ଆକାର ।
ସଜବାଜ କରୁ କେତେ ଚର୍ମର ଦେହକୁ,
ପିଣ୍ଡରୁ ପ୍ରାଣ ଛାଡ଼ିଗଲେ ମୁଠାଏ ପାଉଁଶ ତୁ ହେବୁ ।
ଦେହରେ ତୋ’ର ଭରି ରହିଛି ଅଶେଷ ରୋଗ,
ଦିନ ଚାରିଟାକୁ ଏ ସୁଖ ଭୋଗ ।
ଛାର ଦେହକୁ ନେଇ କରୁଛୁ କେତେ ଗରବ,
ଛ’ ଖଣ୍ଡ କାଠ ତୋତେ ଲୋଡ଼ା ହୋଇବ ।
ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,
ଘଟ ଛୁଟିଲେ ଲୋକେ ବୋଲିବେ ଭୂତ ।
ଛୁଇଁବେ ନାହିଁ ତୋତେ ମଡ଼ା ବୋଲିବେ,
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧି ହୋଇବେ ।
ମିଛ ମାୟା ସଂସାର ନୁହେଁ କାହାରି,
ମଲାଗଲା ବୋଲି ଦିନେ ପଡ଼ିବ ହୂରି ।
ମାଟିର ଶରୀର ମାଟି ହୋଇବ,
ଦିନେ ପଞ୍ଚ ଭୂତରେ ଲୀନ ହୋଇବ ।
ବେଳ ହୁଁ ଅଶ୍ରେ କରି ଭଜ ଶ୍ରୀହରି,
ହରି କରିବେ ଭବ ସାଗରୁ ପରି ।
– ଗଣେଶ ରାଉତ
Comments
ଗଣେଶ ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।