ଘରେ ଘରେ ଓଡ଼ିଆ ଚିତା ଝୋଟି
ଠାକୁର ଘରେ ମାଣ ଆଉ ବେଣ୍ଟି
ଆଖୁ ଅଦା ସୋରିଷ ଫୁଲ ଆଉ କଦଳୀ
ମହାଲକ୍ଷ୍ମୀଙ୍କୁ କରେ ଆବାହନୀ
ଓଡ଼ିଆ ଘରର ଖାଣ୍ଟି ଓଡ଼ିଆଣୀ ।
ସକାଳ ବାଳ ଭୋଗ ସାରି
ଖେଚୁଡ଼ି ଡାଲମା କ୍ଷୀରି
ରାଈ ଆଉ ଶାଗ ତରକାରୀ
ଦହି ପଖାଳ କାଲୁଆ ସାରି
ଭରିଛି ପିଠାର ପସରି ।
ଗାଁରୁ ସହର ଯାଏ
ଦେଶରୁ ବିଦେଶ ଯାଏ
ଅଶିକ୍ଷିତା ଅବା ଉଚ୍ଚ ଶିକ୍ଷିତା
ଧନୀଠୁ ନିର୍ଦ୍ଧନ ଯାଏ
ସବୁ ନାରୀ ଆଜି ଏକରୂପା ।
ଧଳା ଶାଢ଼ୀରେ ନାଲି ପାଢ଼ୀ
ମଥାରେ ସିନ୍ଦୂର ହାତରେ ଚୁଡ଼ି
ମହାଲକ୍ଷ୍ମୀ ପୁରାଣ ପଢ଼ି
ଧୂପ ଦୀପ ବନ୍ଦାପନା ସାରି
କରିଛି କର୍ପୂର ଆଳତୀ ।
କରିଛି ପ୍ରାର୍ଥନା ପ୍ରଣାମ ଜଣାଇ
ଆଶିଷ ଦିଅ ଦୟାମୟୀ
ରକ୍ଷା କର ବିପଦରୁ
ଘରେ ମୋର ଭରିଦିଅ
ସମ୍ପଦ, ସୁଖ ଆଉ ଶାନ୍ତି ।
– ସୁଜାତା ଦାଶ
Comments

ସୁଜାତା ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।