ଦର୍ପଣର କାଚ ଟୁକୁରା ପରି ଚମକେ
ଶୀତ ସକାଳର କାକର ଟୋପା ଗୁଡ଼ିକ,
ସୂର୍ଯ୍ୟର ପହିଲି କିରଣରେ ଝଲସେ
ଇନ୍ଦ୍ରଧନୁ ପରି ସପ୍ତ ରଙ୍ଗର ସମାହାର ।
ସବୁଜ ଘାସର ଗାଲିଚା
କାକର ଟୋପାର ପସରା
ସତେ କି ଘାସ ରାଜା
ମସ୍ତକେ ଶୋଭେ ମୁକୁଟ ।
ପ୍ରତି ଶୀତ ସକାଳରେ ତୋ’ର ସୃଷ୍ଟି
ଇଚ୍ଛା ହୁଏ ରୂପା ଥାଳିଆରେ ତତେ ନେବି ସାଉଁଟି
ହେଲେ ଜାଣେ ଇଚ୍ଛା ଇଚ୍ଛାରେ ରହିଯିବ,
ସ୍ପର୍ଶ ମାତ୍ରେ ଯାଉ ମିଳେଇ ।
– ଚିକୁନ ପଣ୍ଡା
Comments

ଚିକୁନ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।