ଜୀବନର ଚଉପଦୀ

Odia Poem Jibanara Chaupadi (ଜୀବନର ଚଉପଦୀ) by Sidheswar Tripathy

ବାଲି ଗୋଡ଼ି ଭାତ କାଦୁଅ ତର୍କାରୀ
ଶଢ଼ାଇ ହାଣ୍ଡି କଡ଼େଇ
ଗାଁ ଦାଣ୍ଡ ଧୂଳି କେତେ ବୋଳା ବୋଳି
ସଞ୍ଜ ଆସୁଥାଏ ନଇଁ ।

ଚାଟଶାଳୀ ପାଠ କାନ୍ଧରେ ବସ୍ତାନି
ଅବଧାନେ ବେତ ମାଡ଼
ବାପା ବୋଉ ଜେଜେ ସଭିଏଁ କୁହନ୍ତି
ପାଠପଢ଼ ପାଠପଢ଼ ।

ପହିଲି ପୀରତି ମିଳନର ଗୀତି
ବିରହ ଅଲିଭା ଦାଗ
ଜୀବନ ଜଞ୍ଜାଳ ଛୋଟିଆ ସଂସାର
କେତେ ରାଗ ଅନୁରାଗ ।

ବୟସର ଶେଷ କେତେ ଅବଶୋଷ
କେତେ ମିଠା ଅନୁଭୂତି
ଗାଁ ମଶାଣିରେ ଦେହ ଜଳୁଥାଏ
ଜୀବନର ହୁଏ ଇତି ।

– ସିଦ୍ଧେଶ୍ୱର ତ୍ରିପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply