ଜୀବନ

Odia Poem Jibana (ଜୀବନ) by Disha Nayak

ଏ ଜୀବନ ଏକ ମିଠା ଇତିହାସ
ଅଧାଲେଖା ଗପ ବହି ।

ଏ ଜୀବନ କେବେ ଆଖି ଦୁଇ ଧାରୁ
ବହୁଥିବା ଏକ ନଦୀ

ଏ ଜୀବନ ଶୁଖିଲା ପତ୍ର ପରି
ଅଦିନିଆ ବାଆରେ ପଡ଼ିଥାଏ ଝଡ଼ି…

ଏ ଜୀବନ ଏକ ଦୀପ ଶିଖାଟିଏ ପରି
ସ୍ନିଗ୍ଧ ସମୀର ଦିଏ ତାକୁ ଲିଭାଇ…

– ଦିଶା ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply