ଏକା ଏକା ଲାଗେ ମୋ ହ୍ଠଦୟଟା
ତୁମେ ଛାଡ଼ି ଗଲା ଦିନୁ
ତୁମରି ସେଇ ଆଭିମାନକୁ ଗୋ
ଭୁଲି ପାରୁ ନି ଏ ମନୁ,
କି ଭୁଲ କିରିଥିଲି ପ୍ରିୟା ଗୋ ମୁହିଁ
ଛାଡ଼ି ଚାଲି ଗଲ ମତେ
ତୁମରି ପ୍ରେମ, ରାଗ ଆଭିମାନ ଗୋ
ମନେ ପଡ଼େ ଆଜି ସତେ,
ଅଭୁଲା ମୁହୁର୍ତ୍ତକୁ ଭୁଲି ପାରୁ ନାହିଁ ମୁଁ
କେମିତି ଭୁଲିବି ଗୋ କୁହ
ସେ ଦିନର ସମୟ କେତେ ଯେ ଆନନ୍ଦ
କେମିତି ଗୋ ତୁମେ ସହ,
ପ୍ରେମ କରୁଛି କହି କି ଛଳନା କରୁଥିଲ
ଏମିତି କେମିତି ତୁମେ କଲ
ଏ ସରଳିଆ ମଣିଷକୁ ତୁମେ ଗୋ ପ୍ରିୟା
ପ୍ରେମଜାଲେ ଫାନ୍ଦି ଦେଲ
ସହିବେନି ଭଗବାନ ତୁମକୁ ପ୍ରିୟା ମୋର ଗୋ
ପସ୍ତେଇବ ଦିନେ ତୁମେ
କାହିଁକି ପ୍ରେମଖେଳ ଖେଳିଲି ଏ ସରଳିଆ ମଣିଷ ସାଙ୍ଗେ
ବୋଲି ଭାବୁ ଥିବ ଗୋ ମନେ ମନେ ।
– ଭରତ ମେହେର