ଦମାକ୍ ଦମାକ୍ ମାଦଳ୍ ବାଜୁଛେ,
ବରଗଡ଼ ସଜାବୁଜା ନୁ ସୁନ୍ଦର୍ ଦିଶୁଛେ ॥୧॥
ଦିନ୍ ପାଚ୍ଟା ଥୂ ହେବା ମଥୁରା ନଗରୀ,
ରାଜୁତି କର୍ବା କଂସ ରଜା ଆକ୍ତିରୀ ॥୨॥
ବଜାରେ ହେବା ରଜାର୍ ଦରବାର୍,
ନିଶାମଣି ନୁ ହେବା ରଙ୍ଗମହଲ୍ର କାରବାର୍ ॥୩॥
ଇସ୍କୁଲ୍ ପଡ଼ିଆ ନୁ ବସ୍ବା କେତେ ଲେହେଟି,
ଦୁଲି ଆନ୍ବେ ସଦ୍ଭେ ଦେଇ ପଏସା ପେଟି ପେଟି ॥୪॥
ମୀନା ବଜାର୍ର ଜମକ୍କେ ମେଳା ପ୍ରଦର୍ଶନୀ,
ଦେଖଲେ ସବୁ ଜିନିଷ୍ ଲାଗ୍ସି, ଆନ୍ତି କାଏଁ ଘିନି ॥୫॥
ସମଲ୍ପୁରୀ ଶାଢ଼ୀ ସାଙ୍ଗେ ରେଜ୍ ରାଇଜର୍ ଜିନିଷ୍,
ରଙ୍ଗ୍ ବେରଙ୍ଗ୍ ଚମକୁଥୁବେ କରି ଯାନ୍ଲେ ସାଲିଷ୍ ॥୬॥
ଚାଣୁର୍ ମୁଷ୍ଟରିକ୍ କେତେ ଅସୁର୍ ପଡ଼ି ମରିଯିବେ,
କୃଷ୍ଣ ବଳରାମ୍ ପଲେଇ ଆସ୍ଲେ ଥର୍ଥର୍ କୀପ୍ବେ ॥୭॥
କହେସନ୍ ଲୋକ୍ କେତେ ଶୁନ୍ବୋ ଗୁମ୍ଡ଼ୁ
କଂସ ରଜାର୍ ବଂଶ୍ ବୁଡୁ କଂସ ମଳେ ଖାଏମା ଲଡ଼ୁ ॥୮॥
ଶେଷ୍କେ ମାର୍ବେ ରଜା କଂସ୍ କେ,
ଅସତ୍ୟେ ସତ୍ୟର ଜୟେ ହେବା ତେହେର୍କେ ॥୯॥
ଆର୍କ ଦିନ ପଡ଼ବା ପୁଷପୁନିର୍ ଖଜାବରା
ଦଶ୍ ବଜିଆ ମାଗ୍ବା, ଦିଅଗୋ ମା ଛେର୍ଛେରା ॥୧୦॥
ଏଗାର ଦିନ୍ ଲାଗି ହେବା ଖୁଲା ମଂଚ୍ ଯାତ୍ରା,
ଏନ୍ତା ରକମ୍ର ଆଏ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ॥୧୧॥
– ଡୋଳାମଣି ପଧାନ
Comments
ଡୋଳାମଣି ପଧାନ ଓଡ଼ିଆ ତଥା ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।