ମୋ ଆଖିରେ ତୁ… (ଦଶମ ଭାଗ)
ରସିକ ନାଗର ତୁ … ଠିକ୍ ଜାଣିଛୁ କେମିତି ମାନଭଞ୍ଜନ କରାଯାଏ । ତୋତେ କ’ଣ କିଛି ଶିଖେଇବାକୁ ହୁଏ କି…!! କେବଳ ଏଇ ରସିକପଣିଆ ପାଇଁ ତ… ତୋ’ ଭକ୍ତ ଜୟଦେବ ତୋ’ ପ୍ରେମଭକ୍ତିର ଅପୂର୍ବ ଗାଥା ‘ଗୀତ ଗୋବିନ୍ଦ’ ରଚନା କରି ଚାଲିଥିଲେ । ପ୍ରେମରସରେ ଉଦବୁଦ୍ଧ ହେଲାବେଳେ ହଜି ଯାଉଥିଲେ ଜୟଦେବ । ଏମିତି ଲେଖୁ ଲେଖୁ ମାନୀନି ଗୋପାଳୁଣୀ ରାଧିକା ରାଣୀଙ୍କ ମାନଭଞ୍ଜନ ଉଦ୍ଦେଶ୍ୟରେ ତୋତେ ତାଙ୍କ ପାଦ ଧରିବାକୁ ହେବ…