ଡ. ତୃପ୍ତି ରଞ୍ଜନ ଦାସ

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।

cuttack-ru-ekamra

କଟକରୁ ଏକାମ୍ର

ଆହାଃ… କି ସ୍ପର୍ଶ ମୋ ପ୍ରିୟତମାର, ସାମ୍ନାରେ ପ୍ରସସ୍ଥ ରାସ୍ତା, କାଠଯୋଡ଼ିରୁ ଶୀତୁଆ ପବନ । ମୋ ବାଇକ ପଛେ ତମେ, ଆଉ ତମ ବାହୁ ବନ୍ଧନ ॥ କଟକରୁ ଏକାମ୍ର, ଏଇନେ ସରିଯିବ । “ଏଇ… ଟିକେ ଧୀରେ ଚଲାଅ” ତମ ଅନୁରୋଧ ଆଉ ମୁଁ ନିରବ ॥ ମୌସୁମୀ ପ୍ରବେଶେ ମେଘୁଆ ଆକାଶ । ପବନରେ ଅସଜଡ଼ା ସଦ୍ୟ ସାମ୍ପୋ ଦିଆ, ତମ କଳା କେଶ । ମୋ କାନ ପାଖେ ତମ ମୁହଁ,…

ଅଧିକ ପଢ଼ନ୍ତୁ