ତପସ୍ଵିନୀ ମହଲା

ତପସ୍ୱିନୀ ମହାଲା ଜଣେ ଓଡ଼ିଆ ଦୂରଦର୍ଶନ ଅଭିନେତ୍ରୀ, ଯିଏକି ବିଭିନ୍ନ ଓଡ଼ିଆ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।

Odia Poem Samparka (ସମ୍ପର୍କ) by Tapaswini Mahala

ସମ୍ପର୍କ

ସମ୍ପର୍କ ମରିଗଲେ ହିଁ ଜଣା ପଡ଼େ ଯେ କେତେ ପ୍ରବଳ ଭାବରେ ବଞ୍ଚିଥିଲା । ସମ୍ପର୍କ ମରିଗଲେ ସ୍ମୃତି ଆସେ ଚୁମ୍ବକ ହେଇ, ଟାଣି ନିଏ ଲୁହାରେ ତିଆରି ଭାରି ନିଦ ଆଉ ଟୁକୁଡ଼ା ସ୍ୱପ୍ନ । ମୃତଦେହ ସବୁବେଳେ ଅର୍ଥହୀନ ତେଣୁ, ସମ୍ପର୍କ ମରିଗଲେ ମିଶି ଯାଏ ନଈ ସାଙ୍ଗେ, ବହି ସାଙ୍ଗେ ଏକୁଟିଆ ଆମ୍ବ ଗଛ, ଝଙ୍କାଳିଆ ବୁଦା ସାଙ୍ଗେ, କପାଳର ରେଖା ସାଙ୍ଗେ, ହାତର ଆୟୁଷ ସାଙ୍ଗେ, ଦର୍ପଣର ଧୂଳି ସାଙ୍ଗେ, ପାଦର ଚପଲ ସାଙ୍ଗେ……

ଅଧିକ ପଢ଼ନ୍ତୁ