ତାପସ କୁମାର ପ୍ରଧାନ

ତାପସ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Samaya Samudre Shita Juara (ସମୟ ସମୁଦ୍ରେ ଶୀତ ଜୁଆର) by Tapas Kumar Pradhan

ସମୟ ସମୁଦ୍ରେ ଶୀତ ଜୁଆର

ଶାସନ ଭାରର କ୍ଷମତା ହାତେଇ ଉଭା ହୋଇଅଛି ଶୀତ ଶୁଭେଚ୍ଛା ଜଣାଇ ପାଛୋଟି ଆଣୁଛୁ କରିଣ ଭବ୍ୟ ସ୍ୱାଗତ ଧରଣୀ ଛାତିରେ ଶୀତ ନାଚିଲାଣି ତା’ ସାଥେ ପଉଷ, ମାଘ ନୀଳ ବଦନରେ ନଭ ଶୋଭିଲାଣି ହଜିତଗଲାଣି ମେଘ ଦିବାର ଆୟୂଷ ନେଉଅଛୁ ଶୋଷି ନିଅଣ୍ଟ ହେଲା କି ନିଶି? ଆକାଶରେ ବସି ହସି ଦିଏ ଶଶୀ କହୁଛି ମୁଁ ଭାରି ଖୁସି ମାଗୁଣି ଶଗଡ଼ ଯାଉ ନାହିଁ ଗଡ଼ି କୁହୁଡ଼ି ଆସିଛି ମାଡ଼ି ପୂରୁବେ ସୂରୁଜ…

ଅଧିକ ପଢ଼ନ୍ତୁ
Chhota Prema Patra Joubanara Chhita

ଛୋଟ ପ୍ରେମ ପତ୍ରେ ଯୌବନ ଛିଟା

ଆଖି ପଲକ ମୋ     ଲାଖି ରହିଯାଏ ପ୍ରିୟା ତୋ ଗୋଲାପୀ ଓଠେ ତୋ ଓଠରୁ ମଧୁ     ଶୋଷି ନେବାପାଇଁ ମନ ମୋ କୁରୁଳି ଉଠେ ଝରକା ଫାଙ୍କେ ତୋ     କଣେଇ ଚାହାଣୀ ଖେଳେ ଲୁଚକାଳି ଖେଳ ତୋ ମନର କଥା     ଅଛପା ନାହିଁ ଲୋ ଆ’ କରିବା ଅନୁକୂଳ ଯୌବନ କାନନେ     ମଧୂପ ବଖାଣେ ହୃଦ ବେଦନାର ଭାଷା ଧାଇଁ ଧାଇଁ ପ୍ରାଣ     ବ୍ୟାକୁଳ ହେଲାଣି କେବେ ମେଣ୍ଟିବ ମୋ ତୃଷା ଅବୁଝା ମନ ମୋ     ଉଡ଼ିବୁଲେ ଆଜି ଅନ୍ତରେ ସଞ୍ଚାରେ ପ୍ରଶ୍ନ ପ୍ରେମ ଚଢ଼େଇଟା     କହେ ଆସି…

ଅଧିକ ପଢ଼ନ୍ତୁ