ବଡ଼ମା
ଫେବୃଆରୀ ମାସର ଶୀତୁଆ ସକାଳ, ବରଫ ଗଦା ଭିତରକୁ ଝରକା କାଚଆଡ଼ୁ ଚାହିଁ ରହିଥିଲା ଶୈଳଜା । ରାତିର ଗଦାଏ ବାସନକୁ ଧୋଇବାକୁ ପଡ଼ିବ । ଗ୍ଲୋଭ୍ସ୍ ଦୁଇଟାକୁ ପିନ୍ଧି ପକେଇଲା ସେ ଚଞ୍ଚଳ ଚଞ୍ଚଳ । ବାସନଧୋଇବା ମେସିନଟାର କ’ଣହେଇଛି କେଜାଣି, ଜମା ଛାଡ଼ୁନି ଅଁଇଠାଗୁଡ଼ାକ । ଝରକା କାଚରୁ ବାହରଟା ଲାଗୁଥିଲା ପରୀରାଇଜ ଭଳି । ଧଳା ମଖମଲିଚାଦରଟେ ଯେମିତି କିଏ ବିଛେଇ ଦେଇଛି । ଛୁଆ ସୂର୍ଯ୍ୟଙ୍କ କିରଣରେ ଲୋଭନୀୟ ଦେଖା ଯାଉଥିଲା…