ସୁଷମା ପରିଜା

ସୁଷମା ପରିଜା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Story Atala Sagar (ଅତଳ ସାଗର) by Sushama Parija

ଅତଳ ସାଗର

ସେଦିନ ବଜାର ଭିତରେ “ନ୍ୟୁ ମାରିଅନ୍” ହୋଟେଲରୁ ବାହାରିଲା ବେଳକୁ ରାସ୍ତା ଆରପଟେ ଠିଆ ହୋଇଥିବା ଲୋକଟିକୁ ଦେଖି ଅଟକିଗଲା ସୌମିତ୍ର, ଚେହେରାଟି ଖୁବ୍ ଚିହ୍ନା ଚିହ୍ନା ମନେହେଉଥିଲେ ମଧ୍ୟ ଆଉ ଟିକିଏ ଭଲ କରି ଦେଖିବାକୁ ଚେଷ୍ଟା କରି ରାସ୍ତା ପାର୍ ହୋଇ ଆଗେଇଗଲା ଲୋକଟି ପାଖକୁ । ହଠାତ୍ ବୁଲି ପଡ଼ି ଚାହିଁଲା ଲୋକଟି ଏବଂ “ଆରେ ସୋମୁ ! ବହୁତ ଦିନ ପରେ…“କହି ଯେତେବେଳେ ତା’କୁ କୁଣ୍ଢେଇ ପକାଇଲା ଲୋକଟି, ସେତେବେଳକୁ ଯାଇ…

ଅଧିକ ପଢ଼ନ୍ତୁ
Odia Story Shrunkhalita Yodhya (ଶୃଙ୍ଖଳିତ ଯୋଦ୍ଧା) by Sushama Parija

ଶୃଙ୍ଖଳିତ ଯୋଦ୍ଧା

ଏଇ ଅଳ୍ପ ଦିନ ପୂର୍ବରୁ ଭାଇରାଲ୍ ହୋଇଥିବା ଗୁଜରାଟର ଜଣେ ମହିଳା କନେଷ୍ଟବଳ ସୁନୀତା ଯାଦବଙ୍କ ନିର୍ଭୀକ ପଣିଆର କଥା ବେଶ ଚର୍ଚ୍ଚିତ ହୋଇଥିଲା ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ୍ ମିଡିଆରେ । ଯେଉଁଠି ଲକ୍ ଡାଉନ୍ ସମୟରେ ନିଜ କର୍ତ୍ତବ୍ୟ କରିବାବେଳେ ଜଣେ ମନ୍ତ୍ରୀଙ୍କ ପୁଅକୁ ଶାସନ କରିବା ପାଇଁ ପଛେଇ ନଥିଲେ ମହିଳା କନେଷ୍ଟବଳ ଜଣକ । ସେଥିପାଇଁ ମନ୍ତ୍ରୀ ମହୋଦୟଙ୍କୁ ମଧ୍ୟ ଅନୁଶାସନର ପାଠ ପଢ଼ାଇ ନିଜ ଉପରକୁ ବିପଦକୁ ଡାକି ଆଣିଥିଲେ ସୁନୀତା…

ଅଧିକ ପଢ଼ନ୍ତୁ
Odia Poem Mousumi Go Pheri Asa (ମୌସୁମୀ ଗୋ ! ଫେରି ଆସ !) by Sushama Parija

ମୌସୁମୀ ଗୋ ! ଫେରି ଆସ !

ଫେରି ଆସ ଅଭିମାନିନୀ ମୌସୁମୀ ଗୋ ! କାହିଁ ଗଲ ତୁମେ ମନେ ଭରି ଆଡ଼ ରୁଷା ଫେରି ଆସ, ଦେଖ ! ଏଇ ବର୍ଷା ଋତୁରେ ବି ନିଦାରୁଣ ଗ୍ରୀଷ୍ମର ପୀଡ଼ନେ ଏ ପୃଥିବୀର ଦଶା ॥ ଅସହ୍ୟ ଏ ଆଷାଢ଼େ ଅରୁଣ କିରଣର ଜାଳ ତୁମ ପଥ ଚାହିଁ ଚାହିଁ ଚକୋରୀ ବି ତୃଷାର୍ତ୍ତ, ଆକୁଳ, ଚାଷୀ କାନ୍ଦେ ଜଳ ବିନେ ବିଲମାଳ ଶତଧା ବିଦୀର୍ଣ୍ଣ କେମିତି ଶୁଝିବ ଋଣ, ପିଲାଙ୍କୁ ଦେବ ମୁଠେଅନ୍ନ…

ଅଧିକ ପଢ଼ନ୍ତୁ
Odia Poem Sesha Prasna Tumaku (ଶେଷ ପ୍ରଶ୍ନ... ତୁମକୁ) by Sushama Parija

ଶେଷ ପ୍ରଶ୍ନ… ତୁମକୁ

ତୁମେ ଥିଲ ସମସ୍ତଙ୍କଠୁ ଭିନ୍ନ ସ୍ଥିତଧୀ, ଦରଦୀ ମଣିଷଟିଏ ଯିଏ ମାନବତାର ମୂଲ୍ୟ ବୁଝିଥିଲା ଶୈଶବରେ ଧୂଳି ଖେଳବେଳେ କାହା ଦେହରେ କ୍ଷତଟିଏ ହେଲେ ତୁମ ଆଖିରେ ଲୁହ ଆସୁଥିଲା, ଗାଆଁରେ ଖୁବ୍ ନିକଟରୁ ଦେଖିଥିଲ ଦାରିଦ୍ର୍ୟର ଯନ୍ତ୍ରଣା ଆଉ ଅସହାୟତାକୁ, ଗୌତମ ବୁଦ୍ଧଙ୍କ ଭଳି ବ୍ୟସ୍ତ, ବ୍ୟଥିତ ହୋଇ କହୁଥିଲ, ଏମାନଙ୍କୁ ଏମିତି ମରିବାକୁ ଦେବିନି ମୁଁ । ଏଇଠୁ ତିଆରିବି ସ୍ୱର୍ଗ ସେମାନଙ୍କ ପାଇଁ, ହସିବ ମୋ ଗାଆଁ, ମୋ ମାଆ, ମୋ’ ମାଟି…

ଅଧିକ ପଢ଼ନ୍ତୁ
Bhabara Thakura Sri Jagannath - Bhakta Salabega (ଭାବର ଠାକୁର ଶ୍ରୀ ଜଗନ୍ନାଥ - ଭକ୍ତ ସାଲବେଗ) by Sushama Parija

ଭାବର ଠାକୁର ଶ୍ରୀ ଜଗନ୍ନାଥ – ଭକ୍ତ ସାଲବେଗ

ବିଲ, ବଣ, ନଦୀ, ପାହାଡ଼କୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ । ଅତିକ୍ରମ କରି ସାରିଥାନ୍ତି କେତେ କେତେ ମସୃଣ, ବନ୍ଧୁର ପଥ । ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡ଼ି ପଥର ଆଘାତରେ ରକ୍ତାକ୍ତ ହୋଇଛି ପାଦ । ଯନ୍ତ୍ରଣାରେ ଚିତ୍କାର କରି ଉଠିଛନ୍ତି ସେ । କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି, ତଥାପି ଅଟକି ଯାଇ ନାହାଁନ୍ତି ସେ । ଆଗେଇ…

ଅଧିକ ପଢ଼ନ୍ତୁ