ଶ୍ରୀମା ଶତପଥୀ

ଶ୍ରୀମା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Ama Jhia Bujhuchi (ଆମ ଝିଅ ବୁଝୁଛି) by Sreema Satapathy

ଆମ ଝିଅ ବୁଝୁଛି

ସେ ଆଫଗାନ ଝିଅଟି ପାଇଁ ଆମ ଘରେ ବି ଝିଅଟେ କାନ୍ଦେ ଘର ଚଉଁରା ପାଖରେ ବୋଉ ଥୋଇଥିବା ସଞ୍ଜ ସଳିତାକୁ ଦେଖି ଆଫଗାନର ନିଆଁ କଥା ଭାବେ ସେ ଦେଖେ ଦୂର ପାହାଡ଼କୁ ହୁଏତ ଏଇ ପାହାଡ଼ ଭଳି ଅଫଗାନର ପାହାଡ଼ ତା ଚଉଡ଼ା ଛାତିରେ ଲୁଚେଇ ରଖିଥିବ ଆଫଗାନ ଝିଅଙ୍କ ଚିତ୍କାର ହେଲେ ସେ ଜାଣେନା ଅବିରତ ଝରୁଥିବା ଲୁହକୁ ସେ ବୁହାଇବ କେଉଁଠି? ଘର ଚୁଲିମୁଣ୍ଡରେ ପରା ବିଧା ଗୋଇଠାରେ ମସଲା ପୂରେଇ…

ଅଧିକ ପଢ଼ନ୍ତୁ
Kumaritwa

କୁମାରୀତ୍ୱ

ଆଖି ଖୋଲା ହେଉ ହେଉ ତା’ ଚରିତ୍ର ଉପରେ ପ୍ରଶ୍ନ । ବନ୍ଦ କଲେ ତ ସ୍ୱପ୍ନର କୁହେଳିକା । ତୋ’ର ଗୋଟିଏ ନ୍ୟୁନ ଚିନ୍ତାଧାରା ତା’ର ଅସ୍ଥିତ୍ଵ ଛଡ଼ାଇ ନେଲା ! କିଛି ବୁନ୍ଦା ପାଇଁ ସମାଜ ତା’ର ଚରିତ୍ରରେ କଳଙ୍କ ବୋଲିଦେଲା ! କାଲି ପିତାମାତା କହି ଫୁଲେଇ ହୋଇ ଆଣିଥିବା କିଛି ଲୋକଙ୍କ ପାଇଁ, ଆଜି ସେ ବାରଙ୍ଗନା, କୁଳଟା, ଚରିତ୍ରହୀନା ପାଲଟିଗଲା । ମାତ୍ର ଗୋଟିଏ ଧଳା ଚାଦରରେ ତା’ର ଚଉଦିଗ…

ଅଧିକ ପଢ଼ନ୍ତୁ