ସ୍ମୃତି ରଞ୍ଜନ ପାତ୍ର

ସ୍ମୃତି ରଞ୍ଜନ ପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Maula Pasana (ମଉଳା ପାଷାଣ) by Smruti Ranjan Patra

ମଉଳା ପାଷାଣ

ଜହ୍ନ ଆଜି ଶୋଇଯାଏ ରାତିର କବରୀରେ ରାସ୍ତାକଡ଼ର ହଳଦିଆ ମୁଖାପିନ୍ଧା ବତିମାନେ କୃତ୍ରିମ ଚନ୍ଦ୍ର ସାଜୁଛନ୍ତି ଯେମିତି ଇତସ୍ତତଃ ସେ ମାୟାବୀ ଆଲୁଅରେ ଛଦ୍ମବେଶ ଧରି ଲୁଚିରହିଛି ଅଲଂଘ୍ୟ ଗିରିପଥ ଟିଏ ଦୂରତାକୁ ଉପହାସ କରୁଛି । ମୁଁ ଚାଲୁଛି, ପାଦ ମୋର ଥକି ଆସିଲାଣି ଦେହ ବି ଜବାବ୍ ଦେଲାଣି ତଣ୍ଟି ଶୁଖିଯାଇଛି ଆଖିରେ ବି ଆଖିଏ ନିଦ ମାଡ଼ି ଆସୁଛି ତଥାପି ଯେପରି ଦିବାଲୋକର ମୃଗତୃଷ୍ଣା ଫୁଙ୍ଗୁଳା ପବନରେ ମତେ କଟାକ୍ଷ କରୁଛି। ରାସ୍ତାକଡ଼ର…

ଅଧିକ ପଢ଼ନ୍ତୁ