ଅକୁହା କଥା…
(ଉତ୍ସର୍ଗ କେବଳ ସେଇ ମାନଙ୍କୁ, ଯେଉଁମାନେ ଅନୁଭବୀ) (ଏକ) ଶାଶୂଘରୁ ବାପଘର ଯିବାର ରାସ୍ତା: ସବୁଜିମାରେ ଭରପୁର ସୁନ୍ଦର ଦୁନିଆ । ସବୁଜ କ୍ଷେତ, ଶ୍ୟାମଳ ତରୁଲତା, ବସନ୍ତ ଆଗମନରେ କୋଇଲିର ମଧୁର ଗୀତିକବିତା । ଗାଆଁ ପାଖ ନଈର କଳକଳ ଶବ୍ଦ । କଳକଳ ଶବ୍ଦ ତ ନୁହେଁ, ମୋ ପ୍ରିୟ ଗୀତର ସ୍ୱର । ଭଗବାନ ପୃଥିବୀକୁ ଖୁବ୍ ମନ ଲଗାଇ ତିଆରି କରିଛନ୍ତି, କିନ୍ତୁ ମୁଁ ଆଜି ଯାଏ ଦେଖିପାରି ନଥିଲି କେମିତି!!…