ବୁଢ଼ା ବରଗଛ
ଗାଆଁ ମୁଣ୍ଡରେ ବିଶାଳ ବୁଢ଼ା ବରଗଛଟିଏ କାହିଁ କେଉଁ କାଳରୁ ରହିଆସିଛି ତାହା କାହାରିକୁ ଜଣା ନାହିଁ । ସମସ୍ତଙ୍କୁ ଏତିକି ଜଣା ଯେ, ସେ ବୁଢ଼ାବରଗଛ କୋଳରେ ସେହି ଗାଁ’ର ସମସ୍ତଙ୍କ ବାପା, ଜେଜେଵାପା ଏବଂ ପୂର୍ବ ପିଢ଼ିର ପୁରୁଷମାନେ ଖେଳିଆସିଛନ୍ତି ଓ ସମୟ ବିତାଇଛନ୍ତି । କେହି କେହି ବି କୁହନ୍ତି ସେହି ଗାଁ ସୃଷ୍ଟି ହେବା ପୂର୍ବରୁ ସେହି ବରଗଛଟି ରହିଆସିଛି । ଆଖପାଖ ମୌଜାରେ ସେହି ବୁଢ଼ା ବରଗଛ ପାଇଁ ସେହି…