ମୃତ୍ୟୁ ପଥେ ମାନବିକତା
ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା…