ଶତ୍ରୁଜିତ ସିଂହ

ଶେଷରୁ ଆରମ୍ଭ

ଶେଷରୁ ଆରମ୍ଭ

ତମେ ଗଲାପରେ…… ମନ – ମରୁଭୂମି ଦେହ – ଜରାଜୀର୍ଣ୍ଣ ଜୀବନ – ଯନ୍ତ୍ରଣା ପୂର୍ଣ୍ଣ, ଜିଇଁବା ବୃଥା ପଥ -କଣ୍ଟକିତ ବିଶ୍ୱାସରେ ଅବିଶ୍ୱାସର କଳଙ୍କ । ସମୟ – ଟିକ୍ ଟିକ୍ କରି ଖାଇଯାଏ ଘଣ୍ଟାର କଣ୍ଟା ବୟସ – ଆୟୁଷଠୁଁ ଫେଡ଼ିହେଇ ସମୟ ଠୁଁ ଆଗରେ ଛାତିର କୋହ ସବୁ ଆଖିର ଲୁହ ହେଇ ବହି ଯାଏ ଶୀତୁଆ ରାତିର ଜ୍ୟୋସ୍ନା ବି ଦେହକୁ ପୋଡ଼ିଦିଏ କପୋତ ବି ଦେଖେ ଶାଗୁଣାର ଲୋଲୁପ ଦୃଷ୍ଟିରେ…

ଅଧିକ ପଢ଼ନ୍ତୁ
ଭୁଲ କାହାର

ଭୁଲ କାହାର

ସେଦିନ… ଝିପି ଝିପି ବର୍ଷା ଶିରି ଶିରି ଶୀତୁଆ ପବନ କୂଳୁ କୂଳୁ ଶବ୍ଦ ଗୁଣୁ ଗୁଣୁ ଗୀତ ରୁଣୁ ଝୁଣୁ ପାଉଁଜି ଥିରି ଥିରି ପାଦ ଦିକ୍ ଦିକ୍ ଦୀପ ଫିକ୍ ଫିକ୍ ହସ ଛନ୍ନ ଛନ୍ନ ମନ ଫୁସଫୁସ କଥା କିଟି ମିଟି ଅନ୍ଧାର.. ଭିନ୍ନ ଏକ ସ୍ପର୍ଶ ଅଜବ ଏକ ଉନ୍ମାଦନା କ୍ଷଣିକ ଉତ୍ତେଜନା ଅଳ୍ପ ପ୍ରତିରୋଧ ବେଶୀ ସମର୍ପଣ… ! ଉତ୍ତାଳ ଜୁଆର ଲଙ୍ଘି ଯାଏ କୂଳ, ମାଡ଼ିଯାଏ ବେଳାଭୂମି ।…

ଅଧିକ ପଢ଼ନ୍ତୁ