ସସ୍ମିତା ନାୟକ

ସସ୍ମିତା ନାୟକ ପୁରୀ ଜିଲ୍ଲାର କାକଟପୁର ସ୍ଥିତ ନାଇଗୁଆଁର ବାସିନ୍ଦା । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Mun Gala Pare (ମୁଁ ଗଲାପରେ) by Sasmita Nayak

ମୁଁ ଗଲାପରେ

ମୁଁ ଜାଣେନା ମୁଁ ଗଲାପରେ କିଏ କେମିତି ଝୁରିବ କିଏ ଲୁହ ଢାଳିବ କି ନାହିଁ ମା’ଟି ମୋର ପଣତ ତଳେ ମୁହଁକୁ ଲୁଚେଇ କଇଁ କଇଁ କାନ୍ଦିବ ॥ ମୁଁ ଜାଣେନା ମୁଁ ଗଲାପରେ ମୋ ସାହସ ପଣକୁ କିଏ ଗୁଣିବ ବାପାଟି ମୋର ଗୁଣ ଗୁଣ ଗାନ କରି କନ୍ଥରେ ମୁଣ୍ଡ ପିଟିବ ॥ ମୁଁ ଜାଣେନା ମୁଁ ଗଲା ପରେ ପୁଅଟି ମୋର କାହା ପାଖେ ଅଳି କରିବ ନୀତି ଝିଅଟି ମୋର…

ଅଧିକ ପଢ଼ନ୍ତୁ
Odia Poem Prakruti (ପ୍ରକୃତି) by Sasmita Nayak

ପ୍ରକୃତି

ଦିନ ବଦଳିଛି ଯୁଗ ବଦଳିଛି ବଦଳି ନାହିଁ ପ୍ରକୃତି ମା’ ଏଇ ମାନବ ଜାତିଟା କରୁଛି କଳ୍ପନା ଦୋଷ ହେଇଥାଏ ଯୁଗର ନା ॥ ଦେଖିବାକୁ ଏଠି ସବୁ ସତ୍ୟବାନ୍ ନାରୀ ସାଜେ ଏଠି ବେଶ୍ୟା ॥ ଗୁରୁ ଗୁରୁଜନ କେହି ନମାନିଲେ ମୁଖେ ରଖିଲେନି ଲଜ୍ୟା ॥ ପ୍ରେମ ପ୍ରେମ ବୋଲି ମୁଖେ ବୋଲିଥାନ୍ତି ହୃଦେ ନାହିଁ ଟିକେ ଚିନ୍ତା ॥ ପୀରତି ଖେଳରେ ମାତି ଉଠୁଥାନ୍ତି ପିଲା ଛୁଆ ମାତା ପିତା ॥ –…

ଅଧିକ ପଢ଼ନ୍ତୁ
Odia Poem Swapna (ସ୍ୱପ୍ନ) by Sasmita Nayak

ସ୍ୱପ୍ନ

ସ୍ୱପ୍ନ କେବେ ଦୂର ପହାଡ଼ର ଶୀର୍ଷରେ, ମୁଁ ଦୀପ ଶିଖାଟିଏ ॥ ସ୍ୱପ୍ନ କେବେ ନିଘଞ୍ଚ ପ୍ରହରର ସପ୍ତ ରଙ୍ଗ ଭରା ରଙ୍ଗୀନ ଦୁନିଆଟିଏ ॥ ସ୍ୱପ୍ନ ଦରିଆ ଲହରୀର ମୁଁ ଦ୍ୱୀପପୁଞ୍ଜ ଦେବୀ ପ୍ରତିମାଟିଏ ॥ ସ୍ୱପ୍ନ କେବେ ସାଜେ ଶୁନ୍ୟ ହୃଦୟର ରାଣୀ ମହୁମାଛିଟିଏ ॥ କେବେ ସାଜିଥାଏ ପରି ରାଇଜର ମଉନାବତୀଟିଏ ॥ କେବେ ପୁଣି ବଡ଼ ବଡ଼ ଆଶା ରାଜା ଉଆସର ସ୍ୱୟମ୍ବର ସଜା ରାଜ କନ୍ୟାଟିଏ ॥ କେବେ ପୁଣି…

ଅଧିକ ପଢ଼ନ୍ତୁ