ମୃତ୍ୟୁ ଅପେକ୍ଷାରେ
ମୃତ୍ୟୁର ଦ୍ୱାରଦେଶରେ ଅପେକ୍ଷାରତ ମୁଁ, ମୋ ଶୁଖିଲା ଶରୀରକୁ ନେଇ । ଅସ୍ତବ୍ୟସ୍ତ ମନକୁ ଚକୋଲେଟ୍ ଦେଇ ମନେଇ ଦେଇଛି । ତା’ ଚୁଲବୁଲି ପଣକୁ କବାଟ କଣରେ ଜାକିଦେଇ, ମୁଣ୍ଡରେ ନାଲି ଗାମୁଛାଟେ ବାନ୍ଧିଦେଇ, ଚାଲିଆସିଛି ॥ ଭେଟିବା ପାଇଁ, ମୋ ଭୟ ସହ ଛାତିରେ ଛେପ ପକାଇବାର କାରଣ ସହ ॥ ମୃତ୍ୟୁର ହିଂସ୍ରପଣ ତ କାଇଁ ଦିଶୁନାହିଁ ମୋତେ, ତା’ ତୀକ୍ଷ୍ମ ଚାବୁକ ବି ଏଯାଏଁ ସ୍ପର୍ଶ କରିନାହିଁ ମୋ ପଥୁରିଆ ପିଠିକୁ…