ରଞ୍ଜିତ କୁମାର ସାହୁ

ରଞ୍ଜିତ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ଗପ କବିତା ଆଦି ରଚନା କରନ୍ତି ।

Coronara Karasadi

କୋରନାର କାରସାଦି

ସନ୍ଧ୍ୟାର ଗୋଲାପୀ ଆଭାରେ, ଆଜି କାଲି, ଏକ ପ୍ରକାର ଶୂନ୍ୟତା, ଚଉଁରା ଭରିବାକୁ ଲାଗିଛି ଯେମିତି ! ମହମହ ବାସୁଥିବା ଝୁଣା ଧୂପ, ଆଉ ସ୍ଥିର ଜଳୁଥିବା ଉଷ୍ମ ସଞ୍ଜବତୀ, ଆଉ ପିମ୍ପୁଡ଼ି ପ୍ରସାଦରେ, ଜାଗୃତ ହେଉଥିବା ଚଉଁରା, ମୂକ କିନ୍ତୁ ଆଜି, ସ୍ପର୍ଶ ବିନା ନୂଆ ବୋଉର ! ସତରେ କ’ଣ ଚଉଁରା ମୂଳ, ଆଉ କେବେ ତୋଳିବନି, କାଚ ଚୁଡ଼ିର ଝଙ୍କାର? ସତରେ କ’ଣ, ଦୂର ଦୂରାନ୍ତରେ ଜନ୍ମିଥିବା, ଅଦୃଶ୍ୟ କଣିକାଟିଏ, ଲୋପ କରି…

ଅଧିକ ପଢ଼ନ୍ତୁ
bhija-golapara-barta

ଭିଜା ଗୋଲାପର ବାର୍ତ୍ତା

କାଲି ରାତି ପୁଣି ବରଷିଛି ମେଘ, କାଲି ରାତି ପରା ଭିଜିଛି ଶେଯ !! ସିୟାହି ଝରିନି କଲମରୁ କାଲି, ତଥାପି ଭିଜିଛି ମନ କାଗଜ ! ଲେଖିବି କାହିଁକି ଲେଖିବି କେମିତି, ବୁଡ଼ୁଛି ଖାଲି ପ୍ରେମ ଜୁଆରରେ । ତଥାପି ମୁଁ ତୃଷା ତୀବ୍ର ବୈଶାଖର, ତୁ ବନ୍ଦୀନି ତୋ’ ଚାରି ଦୁଆରରେ । ତା’ ବାଦେ ରହିଛି ଅନେକ ପ୍ରାଚୀର ପ୍ରେମ ପଥେ ପରା କଣ୍ଟକ ଭରା । ଶାଖାରେ ଫୁଟିବା ଥିଲା ଗୋଲାପଟି,…

ଅଧିକ ପଢ଼ନ୍ତୁ