ତୁମେ
ମୁଁ ଦିଗହରା ବିହଙ୍ଗଟେ ପରି ବୁଲୁଥିଲି ଇତସ୍ତତଃ ହୋଇ ନୀଳ ଆକାଶର ବୁକୁରେ ତୁମେ ପରାଗର ରେଣୁ ପରି ଉଡ଼ି ଆସି ପୁଷ୍ପ ଉଦ୍ୟାନରୁ ବିଞ୍ଚି ଦେଲ ମୋ ଦେହେ ମହକତାର ବାସ୍ନାଟିଏ । ମୁଁ ପାହାଡ଼ୀ ଝରଣାଟେ ପରି ବୋହୁଥିଲି ଅଙ୍କାବଙ୍କା ହୋଇ ସବୁଜ ବନାନୀର ଗର୍ଭରେ ତୁମେ ପୂର୍ଣ୍ଣମୀର ଚାନ୍ଦ ପରି ଭାସି ଆସି ସରଗ ରାଇଜରୁ ଭରି ଦେଲ ମୋ ହୃଦେ ଶୀତଳତାର ଜ୍ୟୋତ୍ସ୍ନାଟିଏ । ମୁଁ ଶୁଷ୍କ ନାଗଫେଣୀଟେ ପରି ପଡ଼ିଥିଲି…