ତୁ ବି କବିତା
ମୋ କବିତାକୁ ଦେଖି ଦେଖି, ଶୁଣି ଶୁଣି ମୋ ବାଇ କବିତା ପାଇଁ ବାଇ । କହୁଛି “ମତେ ଟିକେ ତମ କବିତାରେ ରଖୁନ, ବାବୁ କବିତାମାନେ ତ ପରି/ପରିକା ଜହ୍ନ ପରି ଗବ ଗବ ଫୁଟୁଥିବା ଭାତ ହାଣ୍ଡି ପରିକା… ଏମିତି କେତେ କିସମ କିସମ ମୁଁ କାହା ପରିକା? ଅଳନ୍ଧୁରୁ ମୁଁ ସାଉଁଟୁଛି ମେଞ୍ଚା ମେଞ୍ଚା ଧଳା ବାଳ ଗୁମୁରୁ ଥାଏ ତହିଁ ବୁଢ଼ୀ ମା’ଟିଏ, ପୁଣି ବୁଢ଼ିଆଣି ଜାଲରେ ଖେଳେ ବୁଢ଼ୀ ଅସୁରୁଣୀ…