ରହସ୍ୟମୟ ଦାରୁବ୍ରହ୍ମ
ଦାରୁ ବ୍ରହ୍ମ ରୂପେ ରତ୍ନସିଂହାସନେ ବିରାଜିଛ ନୀଳମଣି ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା ସଙ୍ଗେ ଧରି ହଳପାଣି । (୧) କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ ହୋଇଅଛ ରୂପବନ୍ତ ଅଧାଗଢ଼ା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ କରୁଛ ଲୀଳା ଅନନ୍ତ । (୨) ଭକତ ବତ୍ସଳ ତୁମେ ଭାବଗ୍ରାହୀ ଉତ୍କଳର ଗଣ୍ଠିଧନ ତୁମରି ଭାବରେ ବିହ୍ବଳିତ ଆଜି ସବୁ ଓଡ଼ିଆଙ୍କ ମନ । (୩) ଜାତି, ଧର୍ମ, ଭେଦଭାବରୁ ଉର୍ଦ୍ଧ୍ବରେ ତୁମରି ଶରଧାବାଲି ଶ୍ରଦ୍ଧା, ଭକ୍ତି, ଅନୁରାଗର ଡୋରିରେ…