ସେଇ ମାନଙ୍କୁ ପଦେ
ଏଇଠି ଜନମୀ, ଏଠି ଖାଇ ପିଇ ଏ ପାଣି ପବନେ ବଢ଼ି ଏଇଠାରେ ପଢ଼ି, ଏ ମାଟିକୁ ଛାଡ଼ି ବିଦେଶକୁ ଗଲେ ଉଡି । ପୁଳା ପୁଳା ଟଙ୍କା, ରୋଜଗାର କରି କିଣିଲେ ଫ୍ଲାଟ୍ ଗାଡ଼ି ଇଙ୍ଗିରାଜି କହି, ଛାତିକୁ ଫୁଲାଇ ଚାଲୁଥିଲେ ନିଶ ମୋଡ଼ି । ଗାଁ କଥା କେବେ, ମନରେ ପଡ଼ିଲେ ଅସନା ରାଇଜ କହି ନାକ ଟେକୁଥିଲେ ସତେକି ଯେମନ୍ତେ ଏ ରାଇଜ ପଚା ଦହି । ଠିଇକି ବେଳକୁ ନିଦ ଭାଙ୍ଗିଗଲା…