ଭାବ ଭକ୍ତିର ମୂଲ୍ୟ
କୁଆଁ ତାରା ଉଇଁବାକୁ ଆହୁରି ଘଡ଼ିଏ ରାତି ଅଛି ବୋଧେ ! ଚାଉଁକିନା ନିଦ ଭାଙ୍ଗି ଗଲା । ହାତ ବୁଲାଇ ଆଣିଲା ବେଳକୁ ଦେହ ମୁହଁ ସବୁ ଝାଳ । ଏ ପର୍ଯ୍ୟନ୍ତ ସ୍ୱପ୍ନର ଆବେଗ କଟିନାହିଁ ବୋଧହୁଏ !! ରହି ରହି ବର୍ଷା ଅସରା ହେଲା ଭଳି ମନକୁ ଭିଜେଇ ଦେଉଛି ସ୍ୱପ୍ନର ବୃତ୍ତାନ୍ତମାନ । ମନ ଯେମିତି ଖୋଜି ବୁଲୁଛି ସ୍ୱପ୍ନର ସେଇ ଶୀହରଣମାନଙ୍କୁ… ସ୍ୱପ୍ନର ଢେଉକୁ ଓ ବେଳାଭୂମିରେ ମଥା ପିଟୁଥିବା…