କମଳା ଶତପଥୀ

କମଳା ଶତପଥୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, କବିତା, ନାଟକ ଆଦି ରଚନା କରନ୍ତି । ତାଙ୍କର କିଛି ଗଳ୍ପ-ସଂକଳନ, ଉପନ୍ୟାସ, କବିତା-ସଂକଳନ, ଅନୁବାଦ ପୁସ୍ତକ ଓ ଭ୍ରମଣ କାହାଣୀ ଆଦି ପ୍ରକାଶିତ ହୋଇଛି । ୨୦୨୨ ମସିହାରେ ତାଙ୍କୁ ଅନୁବାଦ ସାହିତ୍ୟରେ କେନ୍ଦ୍ର ସାହିତ୍ୟ ଏକାଦେମୀ ପୁରସ୍କାର ମିଳିଥିଲା । ସଇଦ ସଲିମ୍‌ଙ୍କ ରଚିତ ତେଲୁଗୁ ଉପନ୍ୟାସ ଭେଣ୍ଡି ମେଘମ୍‌ର ଓଡ଼ିଆ ଅନୁବାଦ ସୁନେଲି ବାଦଲ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

Odia Story Dharmayuddha (ଧର୍ମଯୁଦ୍ଧ) by Kamala Satapathy

ଧର୍ମଯୁଦ୍ଧ

ବିଗତ ପାଞ୍ଚ ଦିନରୁ ଅନ୍ଧାର ଘରଟା ଭିତରେ ବସି ରାଘବ ଖାଲି ଭାବୁଛି ଆଉ ଭାବୁଛି । ମୁହଁକୁ ମୁହଁ ଦେଖା ଯାଉନଥିବା ଅନ୍ଧାର ଭିତରେ ତାକୁ ଖାଲି ସେଇ ସେଇ ଦୃଶ୍ୟ ଦେଖା ଯାଉଛନ୍ତି, ଯାହାଙ୍କ ସହିତ ତା’ର କିଛି ବି ସମ୍ପର୍କ ନାହିଁ । ତାକୁ ଖାଲି ଅନୁଭବ ହେଉଛି ସେ ବି ସେଇମାନଙ୍କ ଭିତରୁ ଜଣେ ଯେମିତି ! ସେଇ ଖଣ୍ଡିଆ ଖାବରା ଦେହ… ରକ୍ତ ସାଲୁବାଲୁ ଚେହେରା… ହୃଦ ଦହଲା ଆକୂଳ…

ଅଧିକ ପଢ଼ନ୍ତୁ
Bhokara-Tandav

ଭୋକର ତାଣ୍ଡବ

ସିଗ୍ନାଲ୍ ପାଖରେ ଗାଡ଼ିଟା ରହୁ ରହୁ ରାସ୍ତା ସେପାଖରୁ ତିନି ଚାରିଟା ପିଲା ଦଉଡ଼ି ଆସି ଲେସି ହେଇଗଲେ ଝରକାରେ ଆଉ ଦାନ୍ତ ନିକୁଟି, ପେଟ ଦେଖେଇ “ବାବୁ, ଭୋକ ଲାଗୁଛି, କିଛି ଖାଇବାକୁ ଦିଅ” କହୁ କହୁ କାନ୍ଦି ପକେଇବାର ଦେଖି, ଦେବବ୍ରତ ଚମକି ପଡ଼ିଲେ । ପାଣ୍ଡୁର ପଡ଼ି ଆସିଥିବା ମୁହଁରେ ତାଙ୍କର ଭୋକର ଉଦ୍ଧଣ୍ଡ ନୃତ୍ୟକୁ ସତେ ଯେମିତି ସେ ନିଜ ଭିତରେ ଅନୁଭବ କରୁଥିଲେ । ଝରକା ଖୋଲି ସଦ୍ୟ କିଣିଥିବା…

ଅଧିକ ପଢ଼ନ୍ତୁ