କୈବଲ୍ୟ ନାୟକ

କୈବଲ୍ୟ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Prema o Biraha (ପ୍ରେମ ଓ ବିରହ) by Kaibalya Nayak

ପ୍ରେମ ଓ ବିରହ

ବିରହରେ ଯଦି ଭିଜି ନାହିଁ ଆଖି ତାକୁ କିବା ପ୍ରେମ କୁହ ଶୁଖି ନାହିଁ ଯଦି ତଣ୍ଟି ତା’ ଆଗରେ ସେହି ଗଭୀରତା ପାଇ ନାହଁ । ମୁହେଁ ନ ଫୁଟିଛି ହସ ଯଦି ତୁମ ତା’ ନାଁକୁ ଭିଡ଼ରେ ଶୁଣି ହଜାରେ ସ୍ୱରରୁ ଯଦି କଣ୍ଠସ୍ୱର ନପାରିବ ତୁମେ ଜାଣି । କୁହ ନାହିଁ ବନ୍ଧୁ ପ୍ରେମ ତାହାକୁ ଖାଲି ଶାରୀରିକ ନିବିଡ଼ତା ଭାବୁଥିଲେ ଖାଲି ପ୍ରେମ ଶରୀରରେ ଶୁଣ ରାଧାକୃଷ୍ଣ ପ୍ରେମ କଥା । ଭିଜିଥିଲା ଆଖି ରାଧାକୃଷ୍ଣଙ୍କର…

ଅଧିକ ପଢ଼ନ୍ତୁ
Odia Poem Swapna Odishara (ସ୍ୱପ୍ନ ଓଡ଼ିଶାର) by Kaibalya Nayak

ସ୍ୱପ୍ନ ଓଡ଼ିଶାର

ଦିନେ ଦେଖିଥିଲେ ସ୍ୱପ୍ନ ଓଡ଼ିଶାର ଭୋକିଲା ପେଟରେ ସୁରି, କରିଲେ ବି ସତ ସ୍ୱପ୍ନ ତାଙ୍କର ଆପ୍ରାଣ ଉଦ୍ୟମ କରି । ଖଣ୍ଡ ଖଣ୍ଡ ହୋଇ ଓଡ଼ିଶା ଯେ ଥିଲା କ୍ଷତ ବିକ୍ଷତ ସାଜି, ଆଣିଲେ ଫେରାଇ ସ୍ୱପ୍ନ ସତ କରି ଗର୍ବ ଗୌରବ ରାଜି । ଭାବିଥିଲେ ସିଏ ଉତ୍ତରଦାୟାଦ ନେବେ ଓଡ଼ିଶାକୁ ବହୁ ଦୂର, ଜାଣି ତ ନଥିଲେ ମାଙ୍କଡ଼ ହାତରେ ଦିଅଁ ଧରେଇବା ଅର୍ଥ ତା’ର । ଓଡ଼ିଆ କାଟୁଛି ଓଡ଼ିଶାକୁ ଆଜି ରାଜନୀତି ଛୁରୀ ଧରି,…

ଅଧିକ ପଢ଼ନ୍ତୁ