ଗୁରୁ ହିଁ ମଙ୍ଗଳ ମୟ
ଗୁରୁ ହିଁ ମଙ୍ଗଳମୟ ଧରା ବୁକେ ଭବ ସିନ୍ଧୁ କର୍ଣ୍ଣ ଧାର । ଗୁରୁ ଶ୍ରୀ ଅଧରୁ ସଦା ଝରୁଥାଏ ଶିଷ୍ୟ ପାଇଁ ସୁଧା ଝର ॥ ଗୁରୁଙ୍କ ଦୃଷ୍ଟିରେ ଦେଖିଲେ ସର୍ବଦା ଚଲାପଥ କୁସୁମିତ । ଆପଣା ଆଖିରେ ବାଟ ଚାଲେ ଯେବେ ଶିଷ୍ୟ ହୁଏ କଳଙ୍କିତ ॥ ଗୁରୁ ଜ୍ଞାନଦାତା ମୁକତି ପ୍ରଦାତା ଗୁରୁ ସର୍ବଜ୍ଞ ପୁରୁଷ । ଗୁରୁ ସିନା ଦେଖି ପାରନ୍ତି ନୟନେ ଶିଷ୍ୟର ଭୂତ ଭବିଷ୍ୟ ॥ ସମଗ୍ର ସୃଷ୍ଟିରେ…