ଅଭିଶପ୍ତ ଆଇନା
ବିଶ୍ଵଜିତର ଥିଲା ଭୁବନେଶ୍ଵର ସହରରେ ଏକ ଘର ସାଜସଜ୍ଜା ସାମଗ୍ରୀର ଦୋକାନ । ତା’ ଦୋକାନରେ ପୁରୁଣା ସାମଗ୍ରୀ ଯେପରି ପୁରାତନ ମୁଦ୍ରା, ମୂର୍ତ୍ତି, ବାସନକୁସନ କାଠରେ ନିର୍ମିତ ଆସବାବପତ୍ର ଆଦି ଥିଲା । ପୁରାତନ ସାମଗ୍ରୀର ସେ ଥିଲା ଜଣେ ସଂଗ୍ରାହକ । ତା’ ଦୋକାନରେ ପୁରୁଣା ଜିନିଷ ସହିତ ନୂତନ ଧରଣର ହସ୍ତଶିଳ୍ପ କାରୁକାର୍ଯ୍ୟର ଥିଲା ଅପୂର୍ବ ସମ୍ଭାର । ଯେତେସବୁ ନୂଆ ଡିଜାଇନ୍ ବଜାରକୁ ଆସେ ଆଗ ତା’ ଦୋକାନରେ ହିଁ ଉପଲବ୍ଧ…