
କୃଷ୍ଣା କୃଷ୍ଣ ସମ୍ବାଦ
ସଖୀ: କାହିଁ ଗଲେ ସଖା, ତାଙ୍କ ବଂଶୀସ୍ୱର ଶୁଭେନି କାନକୁ, ଚାଲିଗଲେ କି ଶ୍ୟାମ ଚନ୍ଦ୍ରାବଳୀ ସଦନକୁ? ସଖା: ଯାଏ ଯେବେ ଚନ୍ଦ୍ରାବଳୀ ଅବା ରାଧାର ସଦନେ, ସଖୀ ରହି ଥାଏ ଚିର ପ୍ରାଣ ସଖା ଅନ୍ତର୍ମନେ । କର୍ତ୍ତବ୍ୟର ଆବାହନେ କରେ ପ୍ରେମ ନିବେଦନ, ସଖୀର ଡାକକୁ ସଖା ଡେରି ଥାଏ ବେନି କର୍ଣ୍ଣ । କ୍ଷଣିକ ବିଳମ୍ବ କିବା ସଖୀ ସହିପାରେ ନାହିଁ, ଈର୍ଷା କାତର ପ୍ରେମ ପ୍ରମାଣ ହୁଅଇ । ଐଶ୍ୱରୀୟ ବନ୍ଧନ…