ଖୋଜେ ମୁଁ ତୁମକୁ
ଖୋଜେ ମୁଁ ତୁମକୁ ତୁମ ହାତରେ ହାତ ଛନ୍ଦିବାକୁ ପାଦରେ ପାଦ ମିଶେଇ ଚାଲିବାକୁ କହିବା ପୂର୍ବରୁ କଷ୍ଟ ଜାଣିବାକୁ । ଖୋଜେ ମୁଁ ତୁମକୁ ମୋ ଅର୍ଥହୀନ କଥାରେ ହସିବାକୁ ଦୁଃଖକୁ ମୋର ଅନୁଭବ କରିବାକୁ ଆଖି ଦେଖି ମନ କଥା ପଢ଼ିବାକୁ । ଖୋଜେ ମୁଁ ତୁମକୁ ରାଗିବା ପର୍ଯ୍ୟନ୍ତ ରଗେଇବାକୁ ଟିକିଏ ଖୁସିରେ ମନେ ପକେଇବାକୁ ନିଷ୍ପତ୍ତି ନେବା ଆଗରୁ ପଚାରିବାକୁ । ଖୋଜେ ମୁଁ ତୁମକୁ ସବୁ କଥାରେ ମୋ ସହ…