ଏଇତ ଜୀବନ ପଥ
ଏ ଜୀବନ ବାଟରେ ମଣିଷ ବାଟୋଇଟିଏ କେବେ ଚାଲିବାକୁ ହୁଏ କଣ୍ଟକିତ ପଥରେ ତ ପୁଣି କେବେ କୁସୁମିତ କୋମଳ ପୁଷ୍ପରେ । କେବେ ବୈଶାଖର ପ୍ରଚଣ୍ଡ ଝାଞ୍ଜିରେ ନିଜକୁ ତାତିବାକୁ ହୁଏ ତ ପୁଣି କେବେ ବସନ୍ତର ମଳୟ ପବନରେ ମଜ୍ଜିବାକୁ ହୁଏ । କେବେ ଅମାବାସ୍ୟାର କିଟିକିଟି ଅନ୍ଧାରରେ ରହିବାକୁ ହୁଏ ତ ପୁଣି କେବେ ପୁନେଇଁ ଜହ୍ନର ଜୋଛନାରେ ଲୁଚିବାକୁ ହୁଏ । କେବେ ବାଟସାରା ଏକା ଏକା ତ ପୁଣି କେବେ…