ଅଶ୍ୱିନି ବାଗ

ଅଶ୍ୱିନି କୁମାର ବାଗ ନବରଙ୍ଗପୁର ଜିଲ୍ଲାର ଚକଳାପଦର ଝରିଗାଁ ସ୍କୁଲରେ ଜଣେ ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି ।

maa

ମାଆ

ମାଆ ଏକ ଉପମା ବିହୀନ ଶବ୍ଦ, ବଖାଣି ପାରିବିନି ମାଆର ମହତ୍ତ୍ୱ ଛନ୍ଦ ଅଳଙ୍କାର ଶବ୍ଦ ଚାତୁରତାରେ ॥ ଦେଇ ପାରିବିନି କାବ୍ୟିକ ରୂପ ମାଆର ତ୍ୟାଗ ବାତ୍ସଲ୍ୟ ମମତାକୁ ଲେଖନୀ ମୁନରେ ॥ ମାଆକୁ ନେଇ କବିତା ! ନା ମୋ ପକ୍ଷରେ ସମ୍ଭବ ନୁହଁ । ମାଆର ସର୍ତ୍ତବିହୀନ ପ୍ରେମ ଆଗରେ ମୂଲ୍ୟହୀନ ମୋ ଲେଖନୀ ॥ କାଲି ଯିଏ ମାଆ ଶବ୍ଦ ସହ ଦି ଅକ୍ଷରୀର ଯୋଗ କରି ମହନତାର ପରିଚୟ ଦେଉଥିଲା…

ଅଧିକ ପଢ଼ନ୍ତୁ
Lock-Down

ଲକ ଡାଉନ

ସାରା ଦେଶରେ ଲକ ଡାଉନ ଘୋଷଣା ହେବ ପରେ । ଦିନ ସାରା ଘରେ ବସି ସନ୍ଧ୍ୟାରେ ଜରୁରୀ କାମ ପାଇଁ ଗାଆଁ ଛକକୁ ଯାଇ ଦେଖିଲି, କାଲି ଯେଉଁ ଛକ ଜନଗହଳିରେ ଲୋକରଣ୍ୟ ଥିଲା ଆଜି ନିଶବ୍ଦ ସୁନଶାନ । ଭଙ୍ଗା ଚାଳିଆରେ ବରା ଛାଣି ନିଜ ଗୁଜୁରାଣ ମେଣ୍ଟାଉ ଥିବା ବୁଢ଼ୀ ମାଉସୀ ଚିନ୍ତାମଗ୍ନ ଋଷି ପରି କପାଳରେ ହାତ ଦେଇ ବସିଛି । ସତେ ଯେମିତି ତା’ ମୁଣ୍ଡରେ ଚିନ୍ତାର ଚଡ଼କ ।…

ଅଧିକ ପଢ଼ନ୍ତୁ