କୁକୁର ନ୍ୟାୟ
ତ୍ରେତୟା ଯୁଗର କଥା । ରାଜା ରାମଚନ୍ଦ୍ର ବନବାସ ସାରି ଅଯୋଧ୍ୟାର ରାଜଗାଦିରେ ଏକ ଉତ୍ତମ ରାଜା ରୂପେ ଶାସନ କରୁଥାନ୍ତି । ପ୍ରଜା ବତ୍ସଳ ରାଜା ରାମଚନ୍ଦ୍ର ଏକ ନିୟମ କରିଥାନ୍ତି, ଯେପରିକି ଯେକୌଣସି ପ୍ରଜା ତାଙ୍କ ନିକଟକୁ ଯେକୌଣସି ସମୟରେ ନ୍ୟାୟ ପାଇବା ଉଦେଶ୍ୟରେ ଆସିପାରିବେ । ସେହି କାରଣରୁ ସେ ରାଜତ୍ୱର ନିକଟରେ ଏକ ବିଶାଳ ଘଣ୍ଟାର ସ୍ଥାପନ କରାଇଥିଲେ । ରାମରାଜ୍ୟରେ ସମସ୍ତ ପ୍ରଜା ସୁଖ ଶାନ୍ତିରେ କାଳାତିପାତ କରୁଥିଲେ, କେଉଁଠାରେ…