✍ ଚତ୍ୱାରିଂଶ ସମ୍ପାଦକୀୟ
ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ । ଉପନିଷଦରେ…