ଅକ୍ଷୟ ରଥ

ଅକ୍ଷୟ ରଥ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Poem Priyatama Priti (ପ୍ରିୟତମା ପ୍ରିତୀ) bu Akshay Rath

ପ୍ରିୟତମା ପ୍ରିତୀ

ନିଝୁମ୍ ରାତିର ପ୍ରିୟତମା ପ୍ରିତୀ, ରାତିର ରାତିରେ ପ୍ରେମ ସେ କରୁଛି… ପ୍ରେମରେ ଭରା ମଧୁଚନ୍ଦ୍ରିକାର ସ୍ପର୍ଶ, ପ୍ରେମିକ ମନକୁ ମୋ ପାଗଳ କରୁଛି… ଆଖି ଖୋଲିଦେଲେ ଏକା ହୋଇଯାଏ, ପ୍ରିୟତମା ପ୍ରିତୀ ପାଖୁ ଲିଭିଯାଏ… ରଙ୍ଗଭରା ସ୍ୱପ୍ନ ବେରଙ୍ଗ ରାତିର, ଅନ୍ଧାର ଭିତରେ ତୁଟି ହଜିଯାଏ… ଝରକା ସେପାଖ ରୂପେଲି ଜହ୍ନରେ, ପ୍ରେମିକାର ମୁଖ ଖୋଜି ଖୋଜି ପ୍ରାୟ… ଅଳ୍ପ ଅଳ୍ପ ତା’ ରୂପର ବର୍ଣ୍ଣନା, କରିଚାଲେ ମୋ ପ୍ରେମିକ ହୃଦୟ… – ଅକ୍ଷୟ ରଥ…

ଅଧିକ ପଢ଼ନ୍ତୁ