ପ୍ରକୃତିର ମିଳନ
ଇନ୍ଦ୍ରଧନୁର ସାତ ରଙ୍ଗ କାହିଁ ଆଜି ବୁଣିଦିଏ, ସତେ ଯେମିତି ସୁନ୍ଦର ସୁସଜ୍ଜିତ ଆସ୍ତରଣଟିଏ । ଯାହାକି ଥିଲା ଅତ୍ୟନ୍ତ ରମଣୀୟ ଆଉ ମନ ଲୋଭା, ଲାଗୁଥିଲା ସତେ ଯେମିତି, ନିୟତିର କି ଅପୂର୍ବ ଶୋଭା । ନୀଳ ଆକାଶର ବୁକୁଠାରୁ ସାଗରର ପାଦ ଦେଶ, ଉତ୍ଫୁଲ୍ଲିତ ଅପରାହ୍ନ ବି ରଖିଲାନି ଯେ ଅବଶୋଷ । ଅସୀମ ଦରିଆ ବହି ଚାଲିଥାଏ କୂଳ ଲଙ୍ଘୀ ଲଙ୍ଘୀ, ଦିଶାହୀନ ଅବୋଲକରା ସେ ସ୍ତବ୍ଧ କିଛି କ୍ଷଣ ଲାଗି ।…