ଅଭିଷେକ ତ୍ରିପାଠୀ

ଅଭିଷେକ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।

Odia Poem Swadhinatara Istahara (ସ୍ୱାଧୀନତାର ଇସ୍ତାହାର) by Abhishek Tripathy

ସ୍ୱାଧୀନତାର ଇସ୍ତାହାର

ଦିନେ ଖାଇଲେ ଦି ଦିନ ମୁଁ ଉପାସ ଯେତେ ସରକାରୀ ଯୋଜନାସବୁ, ମୋ ପାଇଁ ମୂଲ୍ୟହୀନ ତୁଚ୍ଛା ଉପହାସ । କାଗଜରେ ଲେଖା ହେଇ ସବୁ ତ ଆସେ ହେଲେ କେଜାଣି କେମିତି ଅଧା ରାସ୍ତାରୁ, ଅଦୃଶ୍ୟ ହେଇ ଆଉ କାହା ପକେଟରେ ପଶେ । ସ୍ୱାଧୀନ ହେଇ ବି ମୁଁ ଗୋଲାମ ଆଜି ଦୁର୍ନୀତିର କାହିଁକି ତୁମେ ଡିଣ୍ଡିମ ପିଟ ମିଛ ସ୍ୱାଧୀନତାର? ମୁଁ ଗୋଟେ ସ୍ୱାଧୀନ ଗରିବ, ଆଉ ଏହା ମୋ’ର ଇସ୍ତାହାର ॥…

ଅଧିକ ପଢ଼ନ୍ତୁ
swapna-sagara

ସ୍ୱପ୍ନ ସାଗର

ରବିବାର ଅପରାହ୍ନ, ଡିଡି ନାସନାଲ୍‌ରେ ବାଜି ଉଠୁଥିଲା, “ରୂପା ଶଗଡ଼ିରେ ସୁନା କନିଆଁ” ଗୀତଟି ସିନା ସେ ଗାଇଥିଲା ମିଛି ମିଛିକା, ହେଲେ ପିଲାଠୁ ବୁଢ଼ାଯାଏ ସଭିଏଁ, ମନେ ମନେ ଗୁଣୁଗୁଣୁ ହେଉଥିଲେ ସତସତିକା । ସେଇ ଜେଜେ ବୁଢ଼ା, “କୂଳ ନନ୍ଦନ”କୁ ଝୁରି ଝୁରି, “ଲକ୍ଷ୍ମଣ ରେଖା” ଟାଣି, ସେଇ ଭଗାରୀ ଭାଇ, ନିଜେ ସିନା କାନ୍ଦିଥିଲା ମିଛି ମିଛିକା, ହେଲେ ଜୀବନ୍ତ ଅଭିନୟରେ, ସଭିଙ୍କୁ କନ୍ଦେଇ ଦେଉଥିଲା ସତସତିକା । ନବେ ଦଶକରେ, ଦର୍ଶକ…

ଅଧିକ ପଢ଼ନ୍ତୁ