ସେଦିନ କିଛି ଅଲଗା ଥିଲା
ସବୁଦିନ ପରି ଆଲାର୍ମ ବାଜିବା ଆଗରୁ ନିଦଟି ମୋର ଭାଙ୍ଗିଗଲା । ତଳ ଠାକୁର ଘରୁ ଘଣ୍ଟିଟି ସେମିତି ବାଜି ଚାଲିଥାଏ । ତକିଆଟିକୁ ମୁଣ୍ଡତଳୁ କାଢ଼ି ମୁହଁ ଉପରେ ଦେଇଦେଲି । କାନକୁ ଯେତେ ମୁଦିବାକୁ ଚେଷ୍ଟା କଲେ ବି ଆଉ ପାରିଲିନି । ସେ ଶବ୍ଦ ବେଶି ଜୋରରେ କାନ ମଧ୍ୟକୁ ପ୍ରବେଶ କରୁଥାଏ । ଆଖିକୁ ଆଉ ନିଦ ହେଲାନି । ଚିଡ଼୍ଚିଡ଼୍ ହୋଇ ମୁଁ ଉଠି ବସିଲି । ପାଟିରୁ ସେଇ…