ସ୍ମୃତିର ଲହଡ଼ୀ

Smrutira Lahadi

ହୃଦୟ ବଲ୍ଲଭ ସ୍ୱନଦୀ ତୀର୍ଥେ,
ନେତ୍ର ଚକ୍ ଚକ୍ ବାକି ଯା’ ଅର୍ଥେ ।

ଭାବନାର ଅୟ ଏଯେ ବୃକ୍ଷମୂଳେ,
ସୃଷ୍ଟିର ବିଜୟ ଭାବେ ମହାନଦୀକୂଳେ ।

ବିପରୀତ କ୍ଷଣେ ବୃକ୍ଷ ଦିଏ ନିଜ କୋଳ,
ସାଥେ ଥାଉ ଏହି ସାଥୀ ନଦୀକୂଳ ।

ସ୍ମୃତିର ସାରଥୀ ନିକାଞ୍ଚନ ଟାଣି,
ଶାନ୍ତିର ମହକ ମହାନଦୀ ପାଣି ।

ନଦୀର ସମ୍ପର୍କେ ବୃକ୍ଷ ସମ୍ପର୍କିତ,
ଏ ଜୀବନ ଖୋଜେ ତୁମପରି ମିତ ।

ସ୍ମୃତିର ଲେଉଟା ଫର୍ଦ ଏ ମୂହୁର୍ତ୍ତ,
ନଦୀ ହିଁ ଭରିଛି ଏ ମନର ଗର୍ତ୍ତ ।

ତରଣୀର ଗର୍ଭେ ବସି ଚିନ୍ତାୟିତ ତରୁଣି,
ତା’ପାଇଁ ମେଘଖଣ୍ଡ ଝାଡ଼ି ଦିଏ ମୁକ୍ତାମଣି ।

ଅଜନ୍ମା ସାହାସ ଉପହାସ କରେ,
ଯେବେ ମହାକାଳ ନିଜ ଭୟେ ଥରେ ।

ଦୂଃଖର ସ୍ମୃତିରେ ଗଢ଼ିଦେ ସାଗର,
ସୁଖେ ଭରିଯାଉ ଯାତ୍ରୀସେ ନଦୀର ।

ଭାସ୍କର ବିଦିତ ଦିବାକର ନର୍ଭେ,
ପ୍ରଖର ଆଦିତ୍ୟ ଲୀନ ନଦୀଗର୍ଭେ ।

ପାଞ୍ଚଜନ୍ୟ ସ୍ଵର ଯୁଦ୍ଧର ଆଭାସ,
ଗାଣ୍ଡିବ ଫ୍ୟୁତ୍କାର ଗଙ୍ଗାକୂଳ ଆସ ।

ପବନରେ ଭାସିଆସେ ବାଂସୁରୀର ସୁର,
ମନେପଡ଼େ ଅଶ୍ଵ ପାଶେ କୀର୍ତ୍ତି ସେ ବୀରର ।

ନୌକାର ଉଦର ନଦୀ ଗର୍ଭଚିରି,
ଟାଣିଦେଇ ଯାଏ, ସୀମା ବୀର ପରି ।

ତରଣେ ଲଢ଼ଇ ଆଗେ କରି ଛାତି,
ରଚିଦେଇ ଯାଏ ଭୁଲି ଭୟଭ୍ରାନ୍ତି ।

ମରୀଚିକା ଦିଶେ ସ୍ୱତନୁ ନଦୀ,
ଉର୍ମି ସୃଷ୍ଟିକରେ ବାସ୍ତବ ଯେ ଗାଦି ।

ଆନନ୍ଦେ ବିଚରେ ଜଳଚର ଯେତେ,
ଖୁସିର ଲହରୀ ଛାଡ଼େନାହିଁ ସାଥେ ।

ବର୍ଣ୍ଣନା ଅତୀତ ମାତ୍ର ଏ ଦୃଷ୍ଟାନ୍ତ,
କେବେ ଦେଖିନାହିଁ ନଦୀବଂଶ ଅନ୍ତ…

– ସ୍ମୃତିରଂଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...