ସତ୍ୟାଶ୍ରିତେ ଦୁଃଖ ଭାର

Odia Poem Satyasrite Dukha (ସତ୍ୟାଶ୍ରିତେ ଦୁଃଖ ଭାର) by Alekh Meher

ମିଛ ବାରିବାହ ପ୍ରବଳ ଚାପରେ
ଭାଙ୍ଗିଲା ସତ୍ୟ ଭୂଧର,
ଅତୀତର ସ୍ମୃତି ବାରିଧି ତରଙ୍ଗ
ଚିତ୍ତେ ଛାଏ ଅତୀତର ।

ଧୈର୍ଯ୍ୟର ଅସନ ଉପୁଡ଼ି ମହୀରୁ
କକୁଭ ଦିଏ ହଜାଇ,
ନୀୟତିର ଏ କି ବିଚିତ୍ର ସ୍ୱଭାବ
ସତ୍ୟାଶ୍ରିତ ଭାଲେ ଖାଇ ।

ଦନୁଜ ଆଚାର ବଡ଼ଭୀ ମାଣିକ୍ୟ
ପ୍ରାଚୁର୍ଯ୍ୟର ଲକ୍ଷ୍ମୀ ଭରା,
ବୃଜିନ ସ୍ୱଭାବ ପ୍ରଗତିର ନାବ
ଦିବସେ ଦେଖାଏ ତାରା ।

ଜାଣିଛି ପର୍ବତ ଚଢ଼ିବା ମାନବ
କଷଣ ସହେ ଅଶେଷ,
ଶିଖରୁ ଓହ୍ଲାଳୀ ଖସନ୍ତି ବେଗରେ
ମୁଖେ ଧରି ମଧୁହାସ ।

କର୍ମକୁ ଆଦରି ବାସରୁ ଅନ୍ତର
ଅବା ହେବା ବାସାନ୍ତର,
ସେ କେଉଁ ପରୀକ୍ଷ ବୁଝାପଡ଼େ ନାହିଁ
ଖୋଜେ ଆଜି ଯାଯାବର ।

– ଅଲେଖ ମେହେର

(ଟୀକା- ଭୂଧର- ପର୍ବତ, ଅତିତର- ଅତିଶୀଘ୍ର, ଅସନ- ଏକପ୍ରକାରର ବୃହତ ଜଙ୍ଗଲୀ ବୃକ୍ଷ, ଭାଲେ- କପାଳରେ, ଦନୁଜ- ରାକ୍ଷସ, ବୃଜିନ- ପାପ, ବାସରୁ ଅନ୍ତର- ଗୃହରୁ ନିର୍ବାସିତ, ବାସାନ୍ତର- ଶରୀରରୁ କପଡ଼ା କାଢ଼ିନେବା ଅବା ହିନସ୍ତା ଅପମାନ କରିବା ।)

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply