ତୁ ଗଲାପରେ

Odia Poem Tu Gala Pare (ତୁ ଗଲାପରେ) by Ramakanta Das

ତୁ ଗଲାପରେ
ବେରଙ୍ଗ ଲାଗେ ଏ ଜୀବନ
ତୋ’ର ଅଭୁଲା ସ୍ମୃତି ସବୁ
ପ୍ରତିମୁହୂର୍ତ୍ତରେ ମତେ ଦ୍ଵନ୍ଦରେ ପକାଇ
ଅନେକ କଷ୍ଟ ଓ ଯନ୍ତ୍ରଣା ଦିଏ
ଆଖି ଆଗେ ଖୁସି ଦେଖିଲେ ବି
ମୁଁ ହସିପାରେ ନାହିଁ ।

ତୋ ବିନା
ଭାରି ଏକା ଏକା ଲାଗେ
ମୋ ହୃଦୟର କୋହ ସବୁ
ବୁନ୍ଦା ବୁନ୍ଦା ହୋଇ ଝରିପଡ଼େ
ଶୁଖିଲା ଓଠ ଉପରେ
ମୋ ବୁନ୍ଦାବୁନ୍ଦା ଲୁହରେ
ଭାଙ୍ଗିଯାଏ ତତେ ନେଇ
ଦେଖିଥିବା ସ୍ୱପ୍ନ ସବୁ ॥

– ରମାକାନ୍ତ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply